News
WhatsApp Image 2023-10-04 at 17.25.00
samparksetu

ହକିରେ ସିମିନଈ ଡିଗ୍ରୀ କଲେଜ ରନର୍ସ ଅପ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସିମିନଇ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରମାନେ ପୁରୁଷ ହକି ଖେଳରେ ବିଶ୍ୱ ବିଦ୍ୟାଳୟ ସ୍ତରରେ ରନର୍ସଅପ ହୋଇଥିବାର ଜଣାପଡିଛି ।

ଭୁବନେଶ୍ୱର ସ୍ଥିତ ବିଶ୍ୱ ବିଦ୍ୟାଳୟର ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ବିଭିନ୍ନ ମହାବିଦ୍ୟାଳୟର ଖେଳାଳୀ ମାନେ ଅଂଶ ଗ୍ରହଣ କରିଥିଲେ ।ଫାଇନାଲ ଫାଇନାଲ ମ୍ୟାଚ ନିଶ୍ୱାସ କଲେଜ ଭୁବନେଶ୍ୱର ଓ ଢେଙ୍କାନାଳର ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ସିମିନଇ ମଧ୍ୟରେ ହୋଇଥିଲା ।

ଏହି ପ୍ରତିଯୋଗିତାରେ ନିଶ୍ୱାସ କଲେଜ ୩-୧ ଗୋଲରେ ଚାମ୍ପିଆନ ଏବଂ ସିମିନଇ ଡିଗ୍ରୀ କଲେଜ ରନର୍ସଅପ ହୋଇ ପୁରସ୍କାର ଗ୍ରହଣ କରିଥିଲେ । ଏହି ଖେଳରେ ଭାଗ ନେବା ପାଇଁ ଅଧ୍ୟକ୍ଷ ଧରଣୀ ଧରବାରିକ ଏବଂ ଖେଳ ଶିକ୍ଷକ ଅନଲି କୁମାର ପଣ୍ଡା ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ପ୍ରତିଯୋଗୀତାରେ ନାଭାଲ ଟାଟା ହକି କୋଚ ସାଇପ୍ରସାଦ ଦଳେଇ ଏବଂ ବାବୁଲା ପ୍ରସାଦ ମହାନ୍ତି ହକି ଖେଳ ପାଇଁ ପ୍ରଶିକ୍ଷଣଦେଇଥିଲେ । ଛାତ୍ରମାନଙ୍କ ସଫଳତାରେ ମହାବିଦ୍ୟାଳୟ ତରଫରୁ ଶୁଭେଛା ପ୍ରଦାନ କରାଯାଇଛି ।

new life
You might also like
error: Content is protected !!