News
WhatsApp Image 2023-10-04 at 17.25.00
samparksetu

ମାୟାଧର ଓ ଭୋଳେଶ୍ଵର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

କାମାକ୍ଷାନଗର ବ୍ଳକ ଜକା ଗ୍ରାମ ରେ ନ୍ୟୁ-ସୁପରଷ୍ଟାର କ୍ରିକେଟକ୍ଳବ ଆନୂକୁଲ୍ୟରେ ଚଳିତବର୍ଷ ଅନୁଷ୍ଠିତ ହୋଇଥିଲା ମାୟାଧର ଓ ଭୋଳେଶ୍ଵର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ । ଏହି ଟୁର୍ଣ୍ଣାମେଣ୍ଟ୍ ୧ ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା।୧୬ ଦଳ ମଧ୍ୟରେ ହୋଇଥିଲା ମ୍ୟାଚ। ପ୍ରତ୍ୟେକ ମ୍ୟାଚ ଗୁଡ଼ିକ ୧୨ବିଶିଷ୍ଟ ହୋଇଥିଲା ବେଳେ, ଫାଇନାଲ ମ୍ୟାଚ ଟି ୧୩ଓଭର ବିଶିଷ୍ଟ ହୋଇଥିଲା । ଆଜି ଥିଲା ଉଦଯାପନ ଦିବସ ।ଉଦଯାପନ ଦିବରେ ସାମ୍ନା-ସାମ୍ନି ହୋଇଥିଲେ ଟାଇଗର ଏକାଦଶ (ଜକା) ଏବଂ ଗେଙ୍ଗୁଟିଆ ମଧ୍ୟରେ ।୧୩ ଓଭର ବିଶିଷ୍ଟ ମ୍ୟାଚ ରେ ଟାଇଗର ଏକାଦଶ (ଜକା) ଟସ୍ ରେ ବିଜୟ ଲାଭ କରି ନିର୍ଦ୍ଧାରିତ ୧୩ ଓଭରରେ ୯ ଗୋଟି ୱିକେଟ ହରାଇ ସଂଗ୍ରହ କରିଥିଲା ୧୨୯ ରନ୍ ।

୧୩୦ ରନ୍ ର ବିଜୟ ଲାଭ କୁ ପିଛା କରି ଗେଙ୍ଗୁଟିଆ ଦଳ ତାର ନିର୍ଦ୍ଧାରିତ ଓଭରରେ ୮୪ ରନ୍ କରିବାରେ ସକ୍ଷମ ହୋଇଥିଲା । ବିଜୟୀ ଦଳ ପକ୍ଷରୁ ସୁଦିପ୍ କୁମାର ସାହୁ (ଚନ୍ଦନ) ଶ୍ରେଷ୍ଠ ଖେଳାଳି ଭାବେ ମ୍ୟାନ ଅଫ-ଦ-ସିରିଜ୍ ଓ ମ୍ୟାନ-ଅଫ-ଦ- ସିରିଜ୍ ବିବେଚିତ ହୋଇଥିଲେ । ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କନ୍ତିଓ ପୁଟସାହି ଗ୍ରାମ ପଞ୍ଚାୟର ସରପଞ୍ଚ ଶ୍ରୀ ବିନୋଦ ବିହାରୀ ସାହୁ , ବିନ୍ଦୁ ସୋଢା ର ଓନର ଶ୍ରୀ ଦେବସାରଥି ପରିଡା, ଏ-ୱନ୍ ସଲ୍ୟୁସନ୍ ର ଓନର ଅବିନାଶ ସାହୁ ।

ବିଜୟୀ ଦଳକୁ ପୁରସ୍କାର ରାଶି ୬୦୦୦ ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ । ସେହିପରି ପରାଜିତ ଦଳକୁ ୪୦୦୦ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । ମ୍ୟାଚ ରେ ଧାରାବିବରଣୀ କରିଥିଲେ ଜକା ଗ୍ରାମ ପୂର୍ବତନ କ୍ରିକେଟ୍ ଶ୍ରୀ ସନାତନ ମହାରଣା । ମ୍ୟାଚ କୁ ପରିଚାଳନା କରୁଥିଲେ ଦୁଇ ଯୁବ ଅମ୍ପାୟାର ରାଜେଶ୍ ମହାରଣା ଓ ଶୁଭମ୍ ନାୟକ ।

new life
You might also like
error: Content is protected !!