News
WhatsApp Image 2023-10-04 at 17.25.00
samparksetu

କାଉଁରିଆପାଳ ମା ବାଉତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଗତ ୭ ଜାନୁୟାରୀ ୨୦୨୪ ଠାରୁ ମା ବାଉତୀ କ୍ରିକେଟ କ୍ଲବ, କାଉଁରିଆପାଳ ଆନୁକୂଲ୍ୟରେ ଆୟୋଜନ ହୋଇଆସୁଥିବା ମା ବାଉତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଅଛି ।

ଶେଷ ଦିବସର ଫାଇନାଲ ମ୍ୟାଚରେ ଚାଇଁପୁର ଓ ପୋଡ଼ାପଡ଼ା ୧୫ ଓଭର ବିଶିଷ୍ଟ ମ୍ୟାଚରେ ସାମ୍ନାସାମ୍ନି ହେବାର ଥିଲା ।କିନ୍ତୁ ଚାଇଁପୁର ଦଳ ନିର୍ଦ୍ଧାରିତ ସମୟ ର ବହୁତ ବିଳମ୍ବରେ ମଧ୍ୟ ପହଞ୍ଚି ନପାରିବାରୁ ପୋଡାପଡା ଦଳକୁ ୱାକଓଭର ନିୟମ ଅନୁସାରେ ବିଜୟୀ ଘୋଷଣା କରିଥିଲେ ଆୟୋଜକ ।

ଏହି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ ସଂଗ୍ରହ କାରୀ ପୋଡାପଡା ଦଳର ସନିଆ ଙ୍କୁ ଟୁର୍ଣ୍ଣାମେଣ୍ଟ ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା ।

ମା ବାଉତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଚମ୍ପିୟାନ ଦଳ ପୋଡାପଡାକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ ଗୁଣଦେଇ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ସୁବ୍ରତ କୁମାର ନାୟକ ଏବଂ ଅନ୍ୟ ପୁରସ୍କୃତ ଖେଳାଳି ମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରିଥିଲେ ସମ୍ମାନୀୟ ଅତିଥି ଶ୍ରୀ ବିଭୂତି ଭୂଷଣ ମହାନ୍ତି ଓ ବିଶ୍ଵାମିତ୍ର ସ୍ୱାଇଁ ।

ଏହି ଟୁର୍ଣ୍ଣାମେଣ୍ଟକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ମ୍ୟାନେଜର ବିଦ୍ୟୁତ କୁମାର ନାୟକ । ଅମ୍ପାୟାର ଆଲୋକ କୁମାର ନାୟକ, ମନୋଜ ମହାନ୍ତି ଓ ରଶ୍ମି ରଞ୍ଜନ ନାୟକ ।ଧାରା ବିବରଣୀ ପ୍ରଦାନ କରିଥିଲେ କମେଣ୍ଟେଟର ବିଶ୍ୱଜିତ ସେଠି ଓ ସ୍ବରୂପ କୁମାର ନାୟକ ଏବଂ ସ୍କୋରିଂ ଦାୟିତ୍ବରେ ରହିଥିଲେ ସ୍କୋରର ସମ୍ବିତ ନାୟକ, ଋତୁକାନ୍ତ ମହାନ୍ତି ଓ ପ୍ରତ୍ୟୁଷ ମହାନ୍ତି ।

new life
You might also like
error: Content is protected !!