News
WhatsApp Image 2023-10-04 at 17.25.00
samparksetu

ପର୍ଯ୍ୟଟକଙ୍କ ଅନନ୍ୟ ଆକର୍ଷଣ ମହାତ୍ମାଗାନ୍ଧୀ ଔଷଧୀୟ ଅରଣ୍ୟ ;ଜିମ ସହିତ ପିଲାଙ୍କ ପାଇଁ ମନୋରଞ୍ଜନ ସହିତ ରହିବାର ସୁ ବନ୍ଦୋବସ୍ତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ସୋଗରଠାରେ ଥିବା ମହାତ୍ମାଗାନ୍ଧୀ ଔଷଧୀୟ ଅରଣ୍ୟ ପର୍ଯ୍ୟଟକଙ୍କ ଅନନ୍ୟ ଆକର୍ଷଣ ପାଲଟିଛି । ପ୍ରତିଦିନ ପର୍ଯ୍ୟଟକ ମାନେ ଏହି ଅରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ଜିମ ସହିତ ପିଲାମାନଙ୍କ ପାଇଁ ଦୋଳିର ମଜା ଉଠାଉଛନ୍ତି । ସର୍ବବୃହତ ମହାତ୍ମାଗାନ୍ଧୀ ଔଷଧୀୟ ଅରଣ୍ୟ ଏବେ ପର୍ଯ୍ୟଟକ ଏବଂ ଦର୍ଶକ ମାନଙ୍କ ପାଇଁ ବେଶ ଆକର୍ଷିତ କରୁଛି । ସରକାରଙ୍କ ପରିବେଶ ସୁରକ୍ଷାକୁ ପ୍ରାଥମିକତା ଦେଇ ଏସିଆର ସର୍ବବୃହତ ଔଷଧୀର ଅରଣ୍ୟର ପରିକଳ୍ପନା କରାଯିବା ପରେ ଏବେ ଏହା ଦର୍ଶକଙ୍କୁ ଆକୃଷ୍ଟ କରିବାରେ ଲାଗିଛି ।

ରାଜ୍ୟ ସରକାର ଏବଂବନବିଭାଗର ମିଳିତ ଉଦ୍ୟମରେ କାମାକ୍ଷାନଗର ସୋଗର ଠାରେ ଏହାର ପରିକଳ୍ପନା କରାଯାଇଥିଲା । ପ୍ରାୟ ୫୯୫ ଏକର ଜମିରେ ଏହା ନିର୍ମାଣ ଚାଲିଛି ।ଔଷଧୀୟ ବୃକ୍ଷ
ରୋପଣ ସହିତ ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବାକୁ ସମସ୍ତ ପ୍ରକାର ଚେଷ୍ଟା କରାଯାଇଛି । ବର୍ତ୍ତମାନ ଏହି ଅରଣ୍ୟ ମଧ୍ୟରେ ଦେଶ ବିଦେଶର ଜା୍‌ତି ଜାତିକା ଫୁଲ ବେଶ ଆମୋଦିତ କରୁଛି ।

ଏହା ମଧ୍ୟରେ ପିଲାମାନଙ୍କ ମନୋରଞ୍ଜନ ପାଇଁ ଏକ ପାର୍କ ରହିଥିବା ବେଳେ ସେଥିରେ ବିଭିନ୍ନ ପ୍ରକାର ଖସଡା ସହିତ ଦୋଳି ମଧ୍ୟ ରହିଛି । ସେହିପରି ଯୁବକ ମାନଙ୍କ ଜିମ ପାଇଁ ମଧ୍ୟ ଏକ ସୁନ୍ଦର ପାର୍କ ରହିଛି । ଏଠାରେ ରହିବା ପାଇଁ ଆବାସ ସ୍ଥଳୀର ବ୍ୟବସ୍ଥା କରାଯାଇଥିବା ବେଳେ ପର୍ଯ୍ୟଟକ ମାନେ ଦୈନିକ ୧ହଜାରରୁ ୧୫ଶହ ଟଙ୍କା ଦେଇ ଏଠାରେ ରହିବା ସହିତ ପ୍ରାକୃତିକ ସୌନ୍ଦଯ୍ୟର ଉପଭୋଗ କରି
ପାରିବେ ।ସେହିପରି ବ୍ରାହ୍ମଣୀ ଟୁରିଷ୍ଟ କଟେଜରେ ରହି ମଜା ଉଠାଇବା ସହିତ କାଚ ଘରେ ମଧ୍ୟ ରହିବାର ବ୍ୟବସ୍ଥା ହୋଇଛି ।
ନନ୍ଦନକାନଳ ଭଳି ଏକ ଗୁମ୍ପାର କାର୍ଯ୍ୟ ଚାଲିଥିବା ବେଳେ ଏକ ୱାଚ ଟାୱାର ମଧ୍ୟ ରହିଛି ।

ଏହି ଟାୱାର ଉପରେ ଚଢି ଚତୁପାଶ୍ୱର୍ରେ ଥିବା ବଡ ବଡ ପାହାଡର ସୌନ୍ଦର୍ଯ୍ୟ ଉପଭୋଗ କରିବାସହିତ ପୁଣ୍ୟତୋୟା ବ୍ରାହ୍ମଣୀ ନଦୀକୁ ମଧ୍ୟ ଦୂରରୁ ଉପଭୋଗ କରି ପାରିବେ । ଏହି ଅରଣ୍ୟ ମଧ୍ୟରେ ବିଭିନ୍ନ ପ୍ରକାର ବିରଳ ଔଷଧୀୟ ବୃକ୍ଷ ରହିଥିବା ବେଳେ ଦୈନିକ ଶତାଧିକ
ଲୋକ ଏହାର ରକ୍ଷଣା ବେକ୍ଷଣ ପାଇଁ କାର୍ଯ୍ୟ କରୁଛନ୍ତି ସପୁରୀ, କଦଳୀ,ନଡିଆ,ଆମ୍ବ,ପିଜୁଳି ଭଳି ବଗିଚା ସହିତ ସେଠାରେ
ଥିବା ଏକ ଗୋଶାଳା ବେଶ୍ ଆକର୍ଷଣୀୟ ହୋଇ ପାରିଛି । ଜୈବକ ଖତକୁ ଉପଯୋଗ କରି ଏଠାରେ ଫୁଲ,ଫଳ ଏବଂ ଔଷଧୀର ଚାରା ପ୍ରସ୍ତୁତ କରାଯାଉଛି ।

ପ୍ରାୟ ୧୧ କୋଟି ୪୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ଏହି ଔଷଧୀୟ ଅରଣ୍ୟ ଢେଙ୍କାନାଳ ଜିଲ୍ଲା ତଥା ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହେବାକୁ ଯାଉଛି । ଏହି
ଔଷଧୀୟ ଅରଣ୍ୟକୁ ମାନସ ପୁତ୍ର ଭାବରେ ଖଣି,ଇସ୍ପାତ ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କର ଅବଦାନ ଯଥେଷ୍ଟ ରହିଛି ।ସହରଠାରୁ ମାତ୍ର ୧୦ କଲୋମିଟର ଦୂର କାମାକ୍ଷାନଗର ରାସ୍ତାରେ ଗଲେ ରାସ୍ତା ଉପରେ ବିରାଟ ଫଳକ ସହିତ ମହାତ୍ମାଗାନ୍ଧୀ ଔଷଧୀୟ ଅରଣ୍ୟର ବୋର୍ଡ ଲାଗିଛି ।

ପିଚୁ ରାସ୍ତା ସହିତ ଏଠାକୁ ଯିବାକୁ ସବୁଠାରୁ ସହଜ ବୋଲି ଜଣାପଡିଛି । ପ୍ରତିଦିନ ଏହି ଅରଣ୍ୟକୁ ହଜାର ହଜାର ପର୍ଯ୍ୟଟକ ପରିଦର୍ଶନ କରି ଏହାର ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି । ପ୍ରଶାସନ ପକ୍ଷରୁ ଏହାର ରକ୍ଷଣା ବେକ୍ଷଣ ଏବଂ ବିଭିନ୍ନ ପ୍ରକାର ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଏହାକୁ ଅଧିକ ମନଲୋଭା କରାଗଲେ
ଜିଲ୍ଲାର ଏହା ଅନ୍ୟ ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇପାରିବ ବୋଲି ପର୍ଯ୍ୟଟକ ମାନେ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!