News
WhatsApp Image 2023-10-04 at 17.25.00
samparksetu

ଭୋଳେଶ୍ୱର ଓ ମାୟାଧର ମେମୋରିଆଲ ଟୁର୍ଣ୍ଣାମେଣ୍ଟରେ ସୋଗର ଚାମ୍ପିୟନ

କନ୍ତିଓ ପୂଟସାହି ପଞ୍ଚାୟତ ର ଜକା କ୍ରିକେଟ ଗ୍ରାଉଣ୍ଡ ରେ ଫାଇନାଲ ମ୍ୟାଚ୍ ସୋଗର ଓ ଆୟୋଜକ ଜକା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।

ପ୍ରଥେମେ ସୋଗର ବ୍ୟାଟିଂ ର ଆମନ୍ତ୍ରଣ ପାଇ ୧୫ ଓଭର୍ ରେ ୧୭୫ ରନ୍ ସଂଗ୍ରହ କରି ଥିଲା ଜବାବ ରେ ଜକା ୧୦୯ ରନ୍ ସଂଗ୍ରହ କରି ସମସ୍ତ ୱିକେଟ୍ ହରାଇ ଥିଲା । ସୋଗର୍ ପକ୍ଷ ରୁ ମହେନ୍ଦ୍ର ଭୁତିଆ ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ଥିବା ବେଳେ ସୋଗର ପକ୍ଷରୁ କାହ୍ନା ଭୂତିଆ ଟୁର୍ଣ୍ଣାମେଣ୍ଟ ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ଥିଲେ ।

ମୁଖ୍ୟ ଅତିଥି ଭାବେ କନ୍ତିଓ ପୁଟସାହି ଗ୍ରାମ ପଞ୍ଚାୟତ ର ସରପଞ୍ଚ ବିନୟ କୁମାର ସାହୁ, ଦେବଶ୍ରିତ ପରିଡ଼ା, ସର୍ବେଶ୍ଵର ସାହୁ ଓ ବଟକୃଷ୍ଣ ବେହେରା ଯୋଗ ଦେଇ ଉଦଯାପନ କରିଥିଲେ ।

new life
You might also like
error: Content is protected !!