News
WhatsApp Image 2023-10-04 at 17.25.00
samparksetu

ବରସାହି କ୍ରିକେଟ ଟିମ୍ ଚମ୍ପିୟାନ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଦୁଦୁରକୋଟ ଗ୍ରାମ ପଞ୍ଚାୟତର ବର ସାହି ଓ ବାଘୁଆ ସାହି ମଧ୍ୟରେ ବର ସାହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ , ଇଟାଭାଟି ଷ୍ଟାଡିୟମ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଟସ ଜିତି ନିର୍ଧାରିତ ୧୫ ଉଭରେ ୬ ଉଇକେଟ୍ ବିନିମୟରେ ୧୮୮ ରନ୍ କରିଥିଲେ,ମାତ୍ର ଏହାର ଜବାବରେ ବାଘୁଆ ସାହି ଦଳ ସମସ୍ତ ଉଇକେଟ୍ ହରାଇ ୧୧୦ ରନ୍ କରିଥିଲେ ।

ଫଳରେ ଏ ବର୍ଷ ବରସାହି ଟିମ୍ ଚମ୍ପିୟାନ ହୋଇଥିଲା, ମୁଖ୍ୟ ଅତିଥି ଭାବେ ନୁତନ ସରପଞ୍ଚ ମନୋଜ ବେହେରା ଙ୍କ ଠାରୁ ଆଠ ହଜାର ସହ ଟ୍ରଫି ଅଧିନାୟକ ସାମଲ ସିହ ଗ୍ରହଣ କରିଥିଲେ । ଉପ ବିଜେତା ଦଳକୁ ଶ୍ରୀ ଦିପକ ଗଡ଼ନାୟକ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରିଥିଲେ ।

ଆଶିଷ ସାମଲ ଓ ଲିଙ୍କୁନ ଗଡ଼ନାୟକ ଫାଇନାଲର ମ୍ୟାନ୍ ଅଫ୍ ଦି ମ୍ୟାଚ କପ ଗ୍ରହଣ କରିଥିଲେ, ଏହି ଫାଇନାଲ ମ୍ୟାଚ ଟିକୁ ଶେସନ୍ ସାମଲ ଓ ଦିଲିପ ସାମଲ ପରିଚାଳନା କରିଥିଲେ ।

ଉକ୍ତ ମ୍ୟାଚ୍ ର ଧାରାବିବରଣୀ ସୁନିଲ ସାମଲ ଓ ଶେସନ ସାମଲ ଦେଉଥିବାର ଦେଖିବାକୁ ମିଳିଥିଲା । ଏହି ମ୍ୟାଚ କୁ ଦେଖିବା ଲାଗି ପଞ୍ଚାୟତ ଓ ପଞ୍ଚାୟତ ବାହାରୁ ସହସହ ଲୋକ ଉପଭୋଗ କରିଥିଲେ ।

new life
You might also like
error: Content is protected !!