News
WhatsApp Image 2023-10-04 at 17.25.00
samparksetu

ପରଜଙ୍ଗ କ୍ରିକେଟ କ୍ଲବର ଫାଇନାଲ ମ୍ୟାଚ ଅନୁଷ୍ଠିତ ,ସିଂହଡା ବିଜୟୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପରଜଙ୍ଗ ପଞ୍ଚାୟତ ପରଜଙ୍ଗ କ୍ରିକେଟ କ୍ଲବ୍ ଆନୁକୂଲ୍ୟରେ ପରଜଙ୍ଗ ଖେଳ ପଡିଆ ଠାରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚ କନ୍ତାଇପୂଟ ଟିମ୍ ଓ ସିଂହଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

କନ୍ତିଓପୂଟ ପ୍ରଥମେ ଟଚ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୧୮ରନ ସଂଗ୍ରହ କରିଥିବା ବେଳେ ଏହାର ଜବାବରେ ସିଂହଡ଼ା ସମସ୍ତ ହରାଇ ୧୨୩ରନ ସଂଗ୍ରହ କରି ବିଜୟ ଲାଭ କଲା ।ଫାଇନାଲ ଉତ୍ସବରେ ମୁଖ୍ୟ ଅତିଥି ପରଜଙ୍ଗ ନିର୍ବାଚନ ମଣ୍ଡଳୀର ଯୁବ ନେତା ଅସିତ୍ କୁମାର ରାୟଚୌଧୁରି(ଚିଣ୍ଟୁ ଭାଇ),ସମ୍ମାନିତ ଅତିଥି ସମାଜସେବୀ ତଥା ୨ଜୋନ ଜିଲ୍ଲାପରିଷଦ ସଦସ୍ୟ ନିରାକାର ପ୍ରଧାନ,ସରପଞ୍ଚ ଗାୟତ୍ରୀ ମହାପାତ୍ର,ଯୁବ ବିଜେଡ଼ି ସଭାପତି ସୁବ୍ରତ ଦାସ,ଛାତ୍ର ବିଜେଡି ସଭାପତି ପ୍ରୀୟଜିତ୍ ସାମଲ, ପ୍ରାକ୍ତନ ସମିତି ସଭ୍ୟ ଅନ୍ତରା ସାମଲ,ପ୍ରାକ୍ତନ ସରପଞ୍ଚ ବିଭୂତି ଭୂଷଣ ସାମଲ ଯୋଗ ଦେଇଥିଲେ ।ମୁଖ୍ୟ ଅତିଥି ଉଭୟ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।ଆଜିର ମ୍ୟାଚରେ ପରଜଙ୍ଗ କ୍ରିକେଟ କ୍ଲବ ର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ ।

new life
You might also like
error: Content is protected !!