News
WhatsApp Image 2023-10-04 at 17.25.00
samparksetu

ବାଇଗିଣିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ସୁପର ଓଭରରେ କନ୍ତିଓପୁଟ ଟିମ୍ ଚାମ୍ପିଅନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାଆନ୍ଦା ପଞ୍ଚାୟତ ଅନ୍ତର୍ଗତ ବାଇଗିଣିଆ ମା’ ସରସ୍ଵତୀ କ୍ରିକେଟ କ୍ଲବ୍ ଆନୁକୁଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ।ଉଦଯାପନୀ ମ୍ୟାଚ୍ ମୋଟଙ୍ଗା ଥାନା ଅଧୀନସ୍ଥ କୁରୁଣ୍ଟି ବ୍ଲୁ ବିଲିଅନ ମଲ୍ଟି ଷ୍ଟାର କ୍ରିକେଟ କ୍ଲବ୍ ଓ ପରଜଙ୍ଗ ନିର୍ବାଚନ ମଣ୍ଡଳୀର କନ୍ତିଓପୁଟ ମଦନ ମୋହନ କ୍ରିକେଟ କ୍ଲବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ଟସ ଜିତି କୁରୁଣ୍ଟି ଟିମ୍ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୧୫ ଓଭର ବିନିମୟରେ ୭ ୱିକେଟ ହରାଇ ୧୧୬ ରନ ସଂଗ୍ରହ କରିଥିବା ବେଳେ ଜବାବରେ କନ୍ତିଓପୁଟ ଟିମ୍ ୧୫ ଓଭରରେ ୯ ୱିକେଟ ହରାଇ ସମାନ ସଂଖ୍ୟକ ରନ ସଂଗୃହୀତ ହୋଇଥିବାରୁ ମ୍ପାୟାରଙ୍କ ନିଷ୍ପତ୍ତି ଅନୁସାରେ ଉଭୟ ଦଳ ମଧ୍ୟରେ ୧ ଓଭର ଲେଖାଏଁ ସୁପର ଓଭର ଖେଳ ପରିଚାଳନା ହୋଇଥିଲା ।

ଏହି ସୁପର ଓଭରରେ କନ୍ତିଓପୁଟ ଟିମ୍ ବ୍ୟାଟିଂ କରି ୨ ୱିକେଟ ହରାଇ ୬ ରନ କରିଥିଲେ ।୭ ରନ ବିଜୟ ଲକ୍ଷ ନେଇ କୁରୁଣ୍ଟି ଟିମ୍ ବ୍ୟାଟିଂ ଆରମ୍ଭ କରିଥିଲେ ଯାହାକି ଗୋଟିଏ ବଲ ହାତରେ ଥାଇ କନ୍ତିଓପୁଟ ଟିମ୍ ବିଜୟୀ ହୋଇ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲେ । ଗୋଟିଏ ଉଦଯାପନୀ ସମାରୋହରେ ପରଜଙ୍ଗ ୨ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟ ତଥା ବିଜେଡ଼ି ଦଳର ବରିଷ୍ଠ ନେତା ନିରାକାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସାଆନ୍ଦା ଅଞ୍ଚଳର ଜଣାଶୁଣା ଯୁବନେତା ,ପୂର୍ବତନ ସରପଞ୍ଚ ତଥା ଜିଲ୍ଲା ବିଜେଡ଼ି ଉପସଭାପତି ଗୌତମ ପାଣି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ସଭ୍ୟା ସୁଲୋଚନା ବେହେରା, କୁମୁସି ପଞ୍ଚାୟତ ସମିତି ସଭ୍ୟ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଓ ନାଏବ ସରପଞ୍ଚ ରଜନୀକାନ୍ତ ପାଣି ଅତିଥି ଭାବେ ଯୋଗ ଦେଇ ଉଭୟ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।ପ୍ରମୋଦ ବେହେରା ଓ ବିଭୂତି ବେହେରା ଖେଳ ପରିଚାଳନା କରିଥିଲେ ।

ସେହିପରି ବିକାଶ ପାଣି ଧାରାବିବରଣି ପାଠ କରିଥିବା ବେଳେ ବାବୁନ ବେହେରା ଓ ଦେବାଶିଷ ମାଝୀ ସ୍କୋରର ଦାୟିତ୍ଵ ନିର୍ବାହ କରିଥିଲେ ।ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ବାଇଗିଣିଆ ମା ସରସ୍ଵତୀ କ୍ଲବର୍ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।

new life
You might also like
error: Content is protected !!